You are currently viewing ନ୍ୟାୟ ପାଇଁ ଥାନା ଦୁଆରେ ମୃତକ ପରିବାର

ନ୍ୟାୟ ପାଇଁ ଥାନା ଦୁଆରେ ମୃତକ ପରିବାର

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୧/୦୮, ନିର୍ବନ୍ଧ ଭାଙ୍ଗିବା ପରେ ଯୁବକଙ୍କୁ ହତ୍ୟା ମାମଲାର ତିନି ମାସ ବିତିବାକୁ ବସିଥିଲେ ହେଁ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ।ଏଭଳିକି ପୋଲିସ ହତ୍ୟା ମାମଲା ରୁଜୁ କରି ଏତଲା କପି ଦେବାକୁ ଅହେତୁକ ବିଳମ୍ବ କରି ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।ନ୍ୟାୟ ପାଇଁ ଶେଷରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର।ପୁରୀ ପେଣ୍ଠକଟା ମାରାଇନ୍ ଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମର ମଞ୍ଜୁଲତା ପ୍ରଧାନଙ୍କ ପୁଅ ମୁନା ପ୍ରଧାନର ବିବାହ ନୂଆଗାଁ ନିବାସୀ ଭଗୁ ବିଶ୍ଵାଳଙ୍କ ଝିଅ ଜୁଲି ବିଶ୍ଵାଳ ସହ ନିର୍ବନ୍ଧ ହୋଇଥିଲା।

କିନ୍ତୁ ପରେ ଭୁଲ ବୁଝାମଣା ଯୋଗୁଁ ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା। ଗତ ମାର୍ଚ୍ଚ ୧୬ ତାରିଖ ଦିନ ମୁନା ଉତ୍ତରକୋଣା ଯାଇଥିବାବେଳେ ନୂଆ ଗାଁ ଛକରେ ତାକୁ ଲୁହାଛଡ଼ ଓ ଅନ୍ୟ ମାରଣାସ୍ତ୍ର ଦ୍ବାରା ଆକ୍ରମଣ ହୋଇଥିଲା।ଗୁରୁତର ଅବସ୍ଥାରେ ମୁନାକୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରଣ ବେଳେ ବାଟରେ ତାର ମୃତ୍ୟୁ ଘଟିଥିଲା।ତିନି ମାସ ପରେ ପୋଲିସ କିନ୍ତୁ ସମସ୍ତ ଅଭିଯୁକ୍ତକୁ ଗିରଫ କରିନାହିଁ।ଏଣୁ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର।

ଅନ୍ୟମାନଙ୍କୁ ଜଣାନ୍ତୁ।