You are currently viewing ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ

ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ

ଗଜପତି(ଏଏନଏସ)୦୬/୧୧: ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ବିଜେପି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି । ଆଜି ଗଜପତି ଜିଲ୍ଲାର ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଜଣାଯାଇଛି। ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ସେବା, ଦୁଇ ଚକିଆ ଯାନ ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବନ୍ଦର ପ୍ରଭାବରେ ସାଧାରଣଜନଜୀବନ ପ୍ରଭାବିତ ହୋଇଛି। ପାରଳାଖେମୁଣ୍ଡି ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି କେ. ନାରାୟଣ ରାଓଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଛି।

ସୂଚନା ଅନୁଯାୟୀ ରିମାଣ୍ଡ ସରିଯିବା ପରେ ପୁଣି ଯାଇ ଜେଲ୍ ରେ ରହିଛି ଗୋବିନ୍ଦ ସାହୁ । ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କଣ୍ଟାବାଞ୍ଜି ସବଜେଲ୍କୁ ପଠାଇ ଦିଆଯାଇଛି । ମମିତା ହତ୍ୟା ମାମଲାରେ ଦୋଷ ମାନିଛି ଗୋବିନ୍ଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।