You are currently viewing ରାସ୍ତାକଡରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର

ରାସ୍ତାକଡରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର,୦୨/୦୯:ଭୁବନେଶ୍ୱରର ରାସ୍ତାକଡରେ ଜଣେ ଡେଲିଭରୀ ବୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଜୟଦେବ ବିହାର ବିଜୁପଟ୍ଟନାୟକ କଲେଜ ଛକ ନିକଟର ରାସ୍ତାକଡରୁ ମୃତଦେହ ଉଦ୍ଧାର କରାଯାଇଛି । ଜଗତସିଂହପୁରର ଏହି ଯୁବକ ଜଣକ ଡେଲିଭରୀ ବୟ ଭାବେ କାମ କରୁଥିଲେ । ଏହି ଯୁବକ ଜଣକ ପାଣ୍ଡରାରେ ରହୁଥିବା ବେଳେ ଅନଲାଇନ୍ ଡେଲିଭରୀ ବୟ ଭାବେ କାମ କରୁଥିଲେ । ତାଙ୍କ ମୃତଦେହ ନିକଟରେ ଏକ ସାର୍ଟ ପଡିଥିବା ବେଳେ ତାଙ୍କ ଶରୀରରେ ଅନେକ ସ୍ଥାନରେ ଟାଟୁ ରହିଛି । ତେବେ କିପରି ତାଙ୍କର ମୃତ୍ୟୁ ଘଟିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ନୟାପଲ୍ଲୀ ପୁଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମାମଲାର ତଦନ୍ତ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।