You are currently viewing ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

କଳାହାଣ୍ଡି (ଏଏନଏସ) ୦୧/୧୨: ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ ।  ମୃତ ଯୁବକ ହେଲେ କେନ୍ଦୁଗୁଡା ଗ୍ରାମର ଗୁଣଧର ବେମାଲଙ୍କ ସାନ ପୁଅ କୃଷ୍ଣଚନ୍ଦ୍ର ବେମାଲ ।  ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମରେ ଘଟିଛି ।  ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ କୃଷ୍ଣଚନ୍ଦ୍ର ଘରୁ ବାହାରିଯାଇ ଆଉ ଫେରିନଥିଲେ । ପରେ ଘର ଲୋକମାନେ ବହୁ ଖୋଜାଖୋଜି କରିଥିଲେ ହେଲେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ।  ଆଜି ଧୋବେନ ଚଞ୍ଚରା ରାସ୍ତା ନିକଟରେ ଥିବା ଏକ ନିମ୍ବ ଗଛରେ କୃଷ୍ଣଚନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଦେଖି  ପୁଲିସକୁ ସୂଚନା ଦେଇଥିଲା ।   ଖବର ପାଇ ଘଟଣସ୍ଥଳରେ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।