You are currently viewing ଲଗାଣ ବର୍ଷାରେ ଭାସିଗଲା ବ୍ରିଜ୍ : ସହରରୁ ବିଛିନ୍ନ ହେଲେ ୧୫ ଶହରୁ ଅଧିକ ଲୋକ

ଲଗାଣ ବର୍ଷାରେ ଭାସିଗଲା ବ୍ରିଜ୍ : ସହରରୁ ବିଛିନ୍ନ ହେଲେ ୧୫ ଶହରୁ ଅଧିକ ଲୋକ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ବ୍ରିଜ। ବଲାଙ୍ଗୀର ଖୁଜେନପାଲି ବାବା ମଠ ରାସ୍ତାରେ ଲଗାଣ ବର୍ଷାରେ ଲକ୍ଷ୍ମୀଜୋର ନାଳରେ ପ୍ରବଳ ପାଣି ଆସିବାରୁ ଅସ୍ଥାୟୀ ବ୍ରିଜଟି ଭାସିଯାଇଛି। ଫଳରେ ସହରରୁ ବିଛିନ୍ନ ହୋଇଛନ୍ତି ୧୫ ଶହରୁ ଅଧିକ ଲୋକ। ଏପରିକି ଛାତ୍ରଛାତ୍ରୀମାନେ ସ୍କୁଲ ଯାଉଥିବା ବେଳେ ବିଶେଷ ପ୍ରଭାବିତ ହୋଇଛନ୍ତି।

ସୂଚନା ଅନୁଯାୟୀ, ନୂତନ ବ୍ରିଜ କାମ ବର୍ଷା ଆରମ୍ଭ ହେବା ଆଗରୁ ସରିଯିବା କଥା। କିନ୍ତୁ ଠିକାଦାରଙ୍କ ଅବହେଳା କାରଣରୁ ଏବେବି ବ୍ରିଜ କାମ ଚାଲିଛି। ଏଥିପାଇଁ ସ୍ଥାନୀୟ ଲୋକେ  ଠିକାଦାରକୁ ଦାୟୀ କରିଛନ୍ତି। ସେହିପରି ନିର୍ମାଣ ଧୀନ ବ୍ରିଜ ପାଖରେ ଥିବା ଆଉ ଏକ ମାଟି ପୋଲ ମଧ୍ୟ ବର୍ଷାରେ ଭାସି ଯାଇଥିବାର ମିଳିଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।