You are currently viewing ବଜ୍ରପାତରେ ଭୁଶୁଡ଼ିଲା ଚର୍ଚ୍ଚ

ବଜ୍ରପାତରେ ଭୁଶୁଡ଼ିଲା ଚର୍ଚ୍ଚ

  • Post category:ଓଡିଶା
  • Reading time:1 mins read

କୋରାପୁଟ(2.09.22): ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଭୁଶୁଡ଼ି ପଡ଼ିଛି କୋରାପୁରର ସର୍ବପୁରାତନ ତଥା ୧୨୫ ବର୍ଷ ପୁରୁଣା ବିଶାଳ ଚର୍ଚ୍ଚ। ତେବେ ଏହି ଘଟଣାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି। ଖବର ବ୍ୟାପୀ ଯିବାରୁ ସ୍ଥିତି ଦେଖିବାକୁ ଏଠାରେ ପ୍ରବଳ ଭିଡ଼ ଲାଗିଛି।ସେପଟେ ବଜ୍ରପାତରେ ଚର୍ଚ୍ଚ ଭାଙ୍ଗି ଯିବା ଦେଖି ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏଠାକାର ଖ୍ରୀଷ୍ଟିଆନ ସମୁଦାୟ। ଏନେଇ ସମୁଦାୟ ପକ୍ଷରୁ ଜିଲ୍ଲ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ଚର୍ଚ୍ଚ ମରାମତି ବ୍ୟବସ୍ଥା କରିବାକୁ ନିବେଦନ ହୋଇଛି। ଏହି ଚର୍ଚ୍ଚରେ ପ୍ରତି ରବିବାର ବିଶାଳ ପ୍ରାର୍ଥନ ସଭା ଅନୁଷ୍ଠିତ ହୋଇଥାଏ। ହେଲେ ଶନିବାର ରାତିରେ ଅଘଟଣ ଘଟିଥିବାରୁ ଖ୍ରୀଷ୍ଟିଆନ ସମୁଦାୟର ଲୋକେ ପ୍ରାର୍ଥନା କରିବାକୁ ହିନସ୍ତା ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।