You are currently viewing ଜାନୁଆରୀ ୪ ରୁ ଆରମ୍ଭ ହେବ ଭିତରକନିକାରେ କୁମ୍ଭୀର ଗଣନା

ଜାନୁଆରୀ ୪ ରୁ ଆରମ୍ଭ ହେବ ଭିତରକନିକାରେ କୁମ୍ଭୀର ଗଣନା

  • Post category:ଓଡିଶା
  • Reading time:1 mins read

ରାଜନଗର (୨୯.୧୨.୨୨) : ଜାନୁଆରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକାରେ ପ୍ରତିବର୍ଷ ପରି ଚଳିତବର୍ଷ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ ବନକର୍ମଚାରୀ କୁମ୍ଭୀର ଗଣନା କରିବେ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ପ୍ରାୟ ୧୧ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।