You are currently viewing କୁକୁରକୁ ଜୀଅନ୍ତା ଜଳାଇ ଦେଲେ ମହିଳା

କୁକୁରକୁ ଜୀଅନ୍ତା ଜଳାଇ ଦେଲେ ମହିଳା

ଭୁବନେଶ୍ୱର(ଏଏନଏସ)୨୩.୦୧.୨୦୨୨,  କୁକୁରକୁ ଜୀବନ୍ତ ଜାଳି ମାରିଦେଲେ ମହିଳା । ଏଭଳି ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ ମନ୍ଦିର ନିକଟରେ ।
ଖବର ଅନୁଯାୟୀ କୁକୁରଟି ତାଙ୍କ ଅନୁପସ୍ଥିତିରେ ଘରେ ପ୍ରବେଶ କରି ଖାଦ୍ୟ ଖାଇଦେଉଥିଲା । ମହିଳା ଜଣକ କହିଛନ୍ତି ଯେ ସେ କୁକୁରକୁ ଅନେକ ଥର ପିଟିଥିଲେ କିନ୍ତୁ ଏହା ତାଙ୍କ ଘରେ ବାରମ୍ବାର ପ୍ରବେଶ କରିଥିଲା । ଶେଷରେ ସେ ପେଟ୍ରୋଲ ଲଗାଇ ସହ କୁକୁରକୁ ଜୀବନ୍ତ ଜଳାଇ ଦେଇଥିଲେ।  ସୂଚନା ପାଇବା ପରେ ସଂଗଠନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି କୁକୁର ମୃତଦେହ ଉଦ୍ଧାର କରଥିଲେ। ଏହି ଘଟଣାରେ ଅଧିକ ପଚରାଉଚରା ପାଇଁ ଲକ୍ଷ୍ମୀସାଗର ପୋଲିସ ମହିଳାଙ୍କୁ ଅଟକ ରଖିଛି।
ସେହିଭଳି ଦୁଇଦିନ ପୁର୍ବରୁ ଜାଗମରା ଅଞ୍ଚଳରେ ଜଣେ ବ୍ୟକ୍ତି ଦୁଇଟି କୁକୁରକୁ ଗୁଳି କରିଥିଲେ । ଏଥିରେ ଗୋଟିଏ କୁକୁର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଟି ଗୁରୁତ୍ତର ଆହାତ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।