You are currently viewing ଛାତ୍ରଙ୍କ ଉପରେ ଖସିଲା ଫ୍ୟାନ

ଛାତ୍ରଙ୍କ ଉପରେ ଖସିଲା ଫ୍ୟାନ

  • Post category:ଓଡିଶା
  • Reading time:1 mins read

ଆଠଗଡ(୧୮.୪.୨୩) : ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌। ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ଯୁକ୍ତ ଦୁଇରେ ପଢୁଛନ୍ତି। ଜଣେ ଛାତ୍ରଙ୍କର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଛି। ଆଜି ସକାଳେ ୨ଜଣ ଛାତ୍ର କଲେଜରେ ପରୀକ୍ଷା ଦେଉଥିବା ସମୟରେ ହଠାତ୍‌ ଫ୍ୟାନଟି ତାଙ୍କୁ ଉପରେ ଛିଡିକି ପଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।