You are currently viewing ଖେଳ ନେଲା ୨ ଶିଶୁଙ୍କ ଜୀବନ

ଖେଳ ନେଲା ୨ ଶିଶୁଙ୍କ ଜୀବନ

  • Post category:ଓଡିଶା
  • Reading time:1 mins read

ପାରାଦ୍ୱୀପ,୦୬/୧୦: ଖେଳ ନେଲା ଜୀବନ । ଖେଳୁ ଖେଳୁ କେନାଲରେ ପଡି ଚାଲିଗଲା ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ । ଏହି ଘଟଣାଟି ପାରାଦ୍ୱୀପ ଅଠରବାଙ୍କୀ ତାଳଦଣ୍ଡାରେ ଘଟିଛି । ସୂଚନା ଅନୁଯାୟୀ ପାରାଦ୍ୱୀପ ଅଠରବାଙ୍କୀ ତାଳଦଣ୍ଡା କେନାଲ ନିକଟରେ ୨ ଶିଶୁ ଖେଳୁଥିବା ବେଳେ ନାଳକୁ ଖସି ପଡିଥିଲେ । ଫଳରେ ଦୁଇ ଜଣ ପାଣିରେ ବୁଡି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ପରେ ପୁରା ଅଞ୍ଜଳରେ ଶୋକର ଛାୟା ଖେଳିଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।