You are currently viewing ସରକାର କୋଭିଡ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ନାହାନ୍ତି- DMET

ସରକାର କୋଭିଡ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ନାହାନ୍ତି- DMET

ଭୁବନେଶ୍ୱର-୦୬.୦୭.୨୦୨୧, ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟଲହର ସହ ଲଢେଇ ଏବେ ବି ଜାରି ରହିଛି। ଦ୍ବିତୀୟ ଲହର ଅତ୍ୟଧିକ ଭୟାବହ ହୋଇଥିବାରୁ ଏଥିରେ ଅନେକ ଲୋକ ଆକ୍ରାନ୍ତ ହେବା ସହ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । କୋଭିଡ ମୃତ୍ୟୁକୁ ନେଇ DMET ସିବିକେ ମହାନ୍ତି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର କୋଭିଡ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ନାହାନ୍ତି । ପ୍ରତିଦିନ ଆସୁଥିବା କୋଭିଡ ମୃତ୍ୟୁର ଖବର ସେହି ନିର୍ଦିଷ୍ଟ ଦିନର ନୁହେଁ, ବିଭିନ୍ନ ସ୍ତରରେ ଅଡିଟ ପରେ କୋଭିଡ ମୃତ୍ୟୁ ଘୋଷଣା କରାଯାଉଛି । ପୂର୍ବରୁ କୋଭିଡ ଓ ଅଣକୋଭିଡ ମୃତ୍ୟୁକୁ ନେଇ ଦ୍ବନ୍ଦ ଥିଲା । ବର୍ତ୍ତମାନ ସଠିକ ଯାଞ୍ଚ କରି କେଉଁ ମୃତ୍ୟୁ କରୋନାରେ ଯିବ କିମ୍ବା ଅଣକରୋନାରେ ଯିବ ଅଡିଟ୍‌ କରି ତଥ୍ୟ ଆସୁଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ ସରକାର କୋଭିଡ୍‌ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟ ପାଠ ଦାଖଲ କରିଥିଲେ । କୋଭିଡ୍‌ ମୃତ୍ୟୁ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରି ନ ଥିଲେ ସରକାର । ଏଥିରେ ହାଇକୋର୍ଟ ଅସନ୍ତାଷ ପ୍ରକାଶ କରିବା ସହ ଆସନ୍ତା ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।