You are currently viewing ପେନସନ ବୃଦ୍ଧି ଦାୟର ମାମଲାରେ ଖାରଜ କଲେ ହାଇକୋର୍ଟ

ପେନସନ ବୃଦ୍ଧି ଦାୟର ମାମଲାରେ ଖାରଜ କଲେ ହାଇକୋର୍ଟ

  • Post category:ଓଡିଶା
  • Reading time:1 mins read

କଟକ (୨୪.୯.୨୨) : ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମାମଲା ଖାରଜ କରିଛନ୍ତି । ଆଗକୁ ଗ୍ରହଣ କରାଯିବାକୁ ଥିବା ନିସ୍ପତ୍ତିକୁ ଗ୍ରହଣୀୟ ନୁହେଁ ବୋଲି ଅଦାଲତ କହିବା ସହିତ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଆବେଦନକାରୀ ଜିସି ସାହୁଙ୍କ ଆବେଦନ ଶୁଣାଣି ପରେ ଏହି ପରି ନିଷ୍ପତି ହୋଇଛି । ମାମଲାର ଶୁଣାଣି ସମୟରେ ଆବେଦନ କାରୀଙ୍କ ପକ୍ଷରୁ ଦର୍ଶା ଯାଇଥିଲା ରାଜ୍ୟ ସରକାର ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଯାଉଛନ୍ତି । ତେବେ ଏହାର ପ୍ରବାହ କରଦାତାଙ୍କ ଉପରେ ପଡିବ । ଏବେ ପର୍ଯ୍ୟନ୍ତ ଏହା ଉପରେ ନିସ୍ପତି ହୋଇ ନାହିଁ । ଏହି ମାମଲାରେ ରାଜ୍ୟ ସରକାର , ବାଚସ୍ପତି, ଓଡିଶା ବିଧାନ ସଭା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।