You are currently viewing ରହସ୍ୟରେ ଏସିଏଫ୍‌ଙ୍କ ମୃତ୍ୟୁ

ରହସ୍ୟରେ ଏସିଏଫ୍‌ଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର,୨୧/୭: ପାରଲାଖେମୁଣ୍ଡି ଏସିଏଫ୍‌ଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ରୋମାଞ୍ଚକର ହେବାକୁ ଲାଗିଛି । ସୋମ୍ୟରଞ୍ଜନଙ୍କ ପରିବାର ବୋହୂ ବିଦ୍ୟା ଭାରତୀ, ରୋଷେୟା ଓ ଡିଏଫ୍‌ଓ ଙ୍କୁ ଏହି ମାମଲାରେ ଦୋଷୀ ବୋଲି କହୁଥିବା ବେଳେ ହଠାତ କାଲି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତ ସୋମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ । ଅନେକ ଝିଅଙ୍କ ସହ ସୋମ୍ୟରଞ୍ଜନଙ୍କ ସଂର୍ପକ ଥିଲା ବୋଲି ଦୋଷାରୋପ କରିଛନ୍ତି ପତ୍ନୀ ବିଦ୍ୟାଭାରତୀ । କ୍ରାଇମ୍‌ ବ୍ରାଞ୍ଜର ଏକ ଟିମ୍ ପୁଲିସକୁ ସହାୟତା କରିବା ପାଇଁ ଇତି ମଧ୍ୟରେ ପାରଳାଖେମୁଣ୍ଡି ଠାରେ ପହଞ୍ଚିଛନ୍ତି । ମିଳିଥିବା ସୂଚନା ମୁତାବକ ଆଜି କ୍ରାଇମ୍‌ବ୍ରାଞ୍ଜ ଦଳ ଗଜପତି ଏସପିଙ୍କ ସହ ସାକ୍ଷାତ ଆଲୋଚନା କରିଥିବାର ଜଣାପଡିଛି । ପୁଲିସ ସ୍କାନର ଥିବା  ଡିଏଫ୍‌ଓ ଙ୍କୁ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ଗଜପତି ଏସ୍‌ପି । ଏହା ଏକ ଜଟିଳ ମାମାଲା ହୋଇଥିବାରୁ ସବୁ ଦିଗରୁ ବିଚାର କରି ପୁଲିସ ତଦନ୍ତ କରୁଛି ବୋଲି ସୂଚନା ଦେଇଛନ୍ତି ଗଜପତି ଏସ୍‌ପି ।  ଏଠାରେ ସୂଚନା ଯୋଗ୍ୟଯେ ସୋମ୍ୟ ରଞ୍ଜନଙ୍କ ବାପା ପୁଲିସକୁ  ଦେଇଥିବା ଏତଲାରେ ଡିଏଫ୍‌ଓ,ରୋଷେୟା ଓ ବିଦ୍ୟାଭାରତୀ ଦୋଷୀ ବୋଲି ଉଲେଖ ରହିଛି । ଏବେ ଏଜାବତ୍ ପୁଲିସ ନିକଟରେ ପୋଷ୍ଟ ମର୍ଟମ ରିର୍ପୋଟ ପହଞ୍ଚି ନଥିବା କହିଛନ୍ତି ଏସପି । ରାଜ୍ୟରେ  ମାନବ ପ୍ରେମୀ ଆଦିତ୍ୟ ଦାସ ଓ ସୋମ୍ୟରଞ୍ଜନଙ୍କ ଭଳି ଯୁବକ ମାନଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ବିଦ୍ୟାଶ୍ରୀଙ୍କ ଠାରୁ ବିଦ୍ୟାଭାରତୀ ପର୍ଯ୍ୟନ୍ତ ସ୍ତ୍ରୀ ମାନେ  ସନ୍ଦେହ ଘେରରେ  ରହିଛନ୍ତି । ତଦନ୍ତ ପ୍ରକ୍ରିୟା ବାଟବଣା ହେଉଥିବାରୁ ପ୍ରକୃତ ଦୋଷୀ ଆଇନ ଜାଲରୁ ଖସି ଯାଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏସିଏଫ୍ ସୋମ୍ୟରଞ୍ଜନ  ମୃତ୍ୟୁ ଘଟଣାରେ ପ୍ରକୃତ ଦୋଷୀ ଲୋକଲୋଚନକୁ ଆସିବେ ନା ମାନବ ପ୍ରେମୀ ଆଦିଦ୍ୟ ଦାସ ଭଳି ରହସ୍ୟ ଘେରରେ ରହିଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।