You are currently viewing ପୂର୍ତ୍ତ ବିଭାଗ ମାନଚିତ୍ରରୁ ଲିଭି ଯିବ କି ରଣପୁର ଗଡଜାତର ନାମ !

ପୂର୍ତ୍ତ ବିଭାଗ ମାନଚିତ୍ରରୁ ଲିଭି ଯିବ କି ରଣପୁର ଗଡଜାତର ନାମ !

  • Post category:ଓଡିଶା
  • Reading time:1 mins read

ରଣପୁର(୯.୧୧.୨୨) : ଷୋହଳ କଳାରୁ ଏକ କଳା ବିଶିଷ୍ଟ ଜଗନାଥ ମନ୍ଦିର, ଅସୁରକୁମାରୀ ଝରଣା ଇତ୍ୟାଦି ଅନେକ ପର୍ଯ୍ୟଟନ ସ୍ଥଳ ଥିବା ରଣପୁରକୁ ସଂଯୋଗ କରୁଥିବା ଏନଏଚ୍ ଚାନ୍ଦପୁର ଓ ଢିଙ୍କିଆ ଅସୁଥିବା ବାଟରେ ସୂଚନା ବୋର୍ଡରେ ନା ନାହିଁ । ତେବେ ଏନଏଚ କତ୍ତୃପକ୍ଷଙ୍କ ଏପରି ଅବହେଳାର କାରଣ କ’ଣ? ଏହା ପ୍ରତି ସରକାର ବା ସ୍ଥାନୀୟ ନେତୃମଣ୍ଡଳଙ୍କ ଦୃଷ୍ଟି କେବେ ପଡିବ ତାହା ଦେଖବା ବାକି ରହିଲା ।

ଏଠାରେ ଅନେକ ପର୍ଯ୍ୟଟନ ସ୍ଥାନ ଥିବା ବେଳେ ଏହା ଏତେ ଅବହେଳାରେ ରହିବା ଦ୍ୱାରା ଲୋକଲୋଚନକୁ ଆସିପାରୁ ନାହିଁ । ଏଠାରେ ସୂଚନା ଯୋଗ୍ୟ ଏକଦା ସ୍ୱାଧୀନତା ସଂଗ୍ରାମରେ ପ୍ରଜା ଆନ୍ଦୋଳନର ମୁଖ୍ୟ ଗଡ ବୋଲାଉ ଥିବା ରାଜରଣପୁର କ’ଣ ପାଇଁ ପୂର୍ତ୍ତବିଭାଗ ଫଳକରେ ସ୍ଥାନ ପାଇ ପାରୁ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ କ୍ରମାଗତ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ସ୍ଥାନୀୟ ଜନ ସାଧାରଣଙ୍କ ନିରବତା ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।