You are currently viewing ପଣ୍ଡ ହେଲା ନକ୍ସଲଙ୍କ ଯୋଜନା ,୫ ଲ୍ୟାଣ୍ଡମାଇନକୁ ଅକାମୀ କଲେ ଯବାନ

ପଣ୍ଡ ହେଲା ନକ୍ସଲଙ୍କ ଯୋଜନା ,୫ ଲ୍ୟାଣ୍ଡମାଇନକୁ ଅକାମୀ କଲେ ଯବାନ

  • Post category:ଓଡିଶା
  • Reading time:1 mins read

ମାଲକାନଗିରି(ଏଏନଏସ) ୦୮/୦୧: ପଣ୍ଡ ହେଲା ନକ୍ସଲଙ୍କ ଯୋଜନା । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ୫ଟି ଲ୍ୟାଣ୍ଡମାଇନ । ହେଲେ ଅଳ୍ପଳେ ବର୍ତ୍ତିଲେ ସୁରକ୍ଷା ଯବାନ।  ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନକୁ ଅକାମୀ କଲେ ବି.ଏସ.ଏଫ. ଯବାନ।

ସୂଚନା ଅନୁଯାୟୀ ଯବାନମାନେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ କମ୍ବିଂ ଅପରେସନ କରିବାକୁ ଯାଇଥିଲେ। ସେଠାରେ ନିର୍ମାଣ ହେଉଥିବା ରାସ୍ତା କାମକୁ ସୁରକ୍ଷା ଦେବା ଲାଗି ଯବାନମାନେ ନିୟୋଜିତ ହୋଇଥିଲେ। ଏହି ସମୟରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ରାସ୍ତାରେ ଲ୍ୟାଣ୍ଡମାଇନ ଲାଗିଥିବାର ସେମାନେ ଜାଣିବାକୁ ପାଇଥିଲେ। ପରେ ସତର୍କତାର ସହ ମାଟି ତଳୁ ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଜଙ୍ଗଲ ଭିତରେ ବିସ୍ଫୋରଣ କରି ଉଡାଇଛନ୍ତି ଯବାନ ।

ଅନ୍ୟମାନଙ୍କୁ ଜଣାନ୍ତୁ।