You are currently viewing ନୂଆ ରୁଟ୍‌ରେ ଚାଲିବ ‘ମୋ ବସ୍‌’

ନୂଆ ରୁଟ୍‌ରେ ଚାଲିବ ‘ମୋ ବସ୍‌’

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ୦୩/୦୯: ୩ଟି ନୂଆ ରୁଟ୍‌ରେ ଚାଲିବ ‘ମୋ ବସ୍‌’ । କ୍ୟାପିଟାଲ ରିଜିଅନ ଅର୍ବନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କ୍ରୁଟ୍ କର୍ତ୍ତୁପକ୍ଷ ପକ୍ଷରୁ କୁହାଯାଇଛି । କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ନୁତନ ୭୧ ନମ୍ବର ରୁଟ୍ ଆରମ୍ଭ ହେବ । ଏହି ୩ଟି ରୁଟ୍ ହେଉିଛି ୭୧,୩୫,ଓ ୯ ନମ୍ବର ରୁଟ୍ ।୭୧ ନମ୍ବର ରୁଟ ବରମୁଣ୍ଡାରୁ ରସୁଲଗୁଡ ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବ । ୩୫ ନମ୍ବର ରୁଟ୍ ମାଷ୍ଟରକ୍ୟାଣ୍ଟିନ ଠାରୁ ଜୟଦେବ ପୀଠ ପର୍ଯ୍ୟନ୍ତ ଯିବ । ସେହିଭଳି ୯ ନମ୍ବର ରୁଟ୍ ଆଚାର୍ଯ୍ୟବିହାରରୁ ନୀଳାଦ୍ରି ବିହାର ରୋଡ୍ ଦେଇ ପଟିଆ ପର୍ଯ୍ୟନ୍ତ ଯିବ । ପ୍ରତି ୩୦ ମିନିଟରେ ଏହି ସବୁ ରୁଟ୍‌ରେ ଉପଯୁକ୍ତ ଯାତ୍ରୀଙ୍କୁ ନେଇ ମୋ ବସ୍ ଯାତାୟତ କରିବ ବୋଲି କ୍ରୁଟ୍ କର୍ତ୍ତୁପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ବରମୁଣ୍ଡା ପୁରୀ ଯିବା ପାଇଁ ରହିଥିବା ୫୧ ନମ୍ବର ରୁଟକୁ ବନ୍ଦ କରି ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।