You are currently viewing ନମ୍ବରପ୍ଲେଟ ଅବଦ୍ଧି ବଢିବ

ନମ୍ବରପ୍ଲେଟ ଅବଦ୍ଧି ବଢିବ

  • Post category:ଓଡିଶା
  • Reading time:1 mins read

କଟକ (୩୦.୯.୨୨) : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସମୟସୀମାକୁ ନେଇ ଲୋକ ବିଚଳିତ ହୋଉଥିଲେ । ତେବେ ଏବେ ଗାଡିଚାଳକଙ୍କୁ ମିଳିଛି ଆଶ୍ୱସ୍ତି । ସେମାନଙ୍କୁ ମିଳିଛି ଆଉ ମାସେ ସମୟ । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆଉ ଗଡିବାକୁ ପଡିବ ନାହିଁ ଜରିମାନା । ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଅର୍ଥାତ ଅକ୍ଟେବର ୩୧ ତାରିଖ ପର୍ଯ୍ୟନ୍ତ ନିଜ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ସମୟ ପାଇଛନ୍ତି ଗାଡିଚାଳକ । ଏଥି ପାଇଁ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଏଥି ସହିତ ସ୍ଲଟ ବୁକିଂ ପାଇଁ ଭିଡ ହୋଉଥିବାରୁ ପୋଷ୍ଟ ଅଫିସ, ଜନ ସେବା କେନ୍ଦ୍ରକୁ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଛି । ଆବଶ୍ୟକ ସ୍ଥଳେ କ୍ୟାମ୍ପ କରାଯିବାର ବ୍ୟବସ୍ଥା ହୋଇପାରେ । ଆସନ୍ତା ଅକ୍ଟେବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହୋଇପାରେ । ଏହା ମଧ୍ୟରେ ଭିତ୍ତିଭୂମିକୁ କିପରି ସୁଦୃଢ କରାଯାଇ ପାରିବ ତାହା ଉପରେ ତର୍ଜମା ହେବ । ଗୋଟିଏ ମାସ ସମୟ ପାଇ ଗାଡିଚାଳକ ଆଶ୍ୱସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।