You are currently viewing ଓଡ଼ିଶାରେ ଚିହ୍ନଟ ହେଲା ଓମିକ୍ରନ୍ ଭାରିଆଣ୍ଟ

ଓଡ଼ିଶାରେ ଚିହ୍ନଟ ହେଲା ଓମିକ୍ରନ୍ ଭାରିଆଣ୍ଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୧/୧୨: ଓଡ଼ିଶାରେ ଓମିକ୍ରନ । ଦୁଇ ବିଦେଶ ଫେରନ୍ତା ଓମିକ୍ରନ୍ରେ ସଂକ୍ରମିତ ହୋଇଛନ୍ତି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଛି। ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହା କହିଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା। ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣାକୁ ଆହୁରି କଡାକଡି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ କେବଳ ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ଦେଶର ଅନେକ ରାଜ୍ୟରେ ପ୍ରବେଶ କରିସାରିଛି ଓମିକ୍ରନ । ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଓମିକ୍ରନ ମାମଲା ସାମ୍ନାକୁ ଆସିସାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।