You are currently viewing ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି : ଧାଡି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି : ଧାଡି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

  • Post category:ଓଡିଶା
  • Reading time:1 mins read

ଏଏନଏସ : ଆଜି ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି । ଅନେକ ନୀତିକାନ୍ତି ଥାଇ ମଧ୍ୟ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଧାଡି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ପ୍ରଥମେ ଚକ୍ରାୟୁଧ ସୁଦର୍ଶନ ମହାପ୍ରଭୁ ପହଣ୍ଡିରେ ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜମାନ କରିଛନ୍ତି । ଏପଟେ ବଡଠାକୁରଙ୍କ ଧାଡିପହଣ୍ଡିରେ ବାହାରିଛନ୍ତି ବଡଠାକୁର ବଳଭଦ୍ର । ତାଙ୍କ ପଛରେ ଝୁଲିଝୁଲି ଆସଲେଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ମଝିରେ ମା’ ସୁଭଦ୍ରଙ୍କୁ ଦୁଇ ଭାଇଙ୍କ ସୁରକ୍ଷା କବଜ ଭିତରେ ପହଣ୍ଡିରେ ନିଆଯାଇଛି । ପୂର୍ବରୁ ପହଣ୍ଡି ପାଇଁ ଦିନ ୧ଟା ସମୟ ନିର୍ଘଣ୍ଟ ହୋଇଥିବାବେଳେ ସବୁ ସମୟକୁ ବ୍ୟତୀକ୍ରମ କରି ଭକ୍ତଙ୍କ ପାଇଁ ସଅଳ ବିଜେ କରିଛନ୍ତି ମହାବାହୁ।

ଅନ୍ୟମାନଙ୍କୁ ଜଣାନ୍ତୁ।