You are currently viewing ଜଳି ଗଲା ଯାତ୍ରୀବାହୀ ବସ

ଜଳି ଗଲା ଯାତ୍ରୀବାହୀ ବସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (23.1.23): ବରମୁଣ୍ଡା ବସ ଷ୍ଟାଣ୍ଡରେ ଯାତ୍ରୀବାହୀ ବସରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ‘ଖଣ୍ଡାଧାର କୁଇନ୍‌’ ବସ୍‌ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଜାରି ରଖିଛି । ଏତେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକେ।ସୋମବାର ଦିନ ସକାଳ ସମୟରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଛିଡା ହୋଇଥିଲା ‘ଖଣ୍ଡାଧାର କୁଇନ୍‌’ ନାମକ ଏକ ଯାତ୍ରୀବାହୀ ବସ୍‌ । ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ବସ୍‌ଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ଏହାପରେ ତୁରନ୍ତ ଅଗ୍ନିଶନ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ । ଶେଷରେ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।