You are currently viewing ସହିଦନଗର ଥାନା ପରିସରରେ ଯୁବକ ମୃତ୍ୟୁ ଘଟଣାରେ କାରଣ ଖୋଜୁଛି ପୋଲିସ

ସହିଦନଗର ଥାନା ପରିସରରେ ଯୁବକ ମୃତ୍ୟୁ ଘଟଣାରେ କାରଣ ଖୋଜୁଛି ପୋଲିସ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୧୧.୨.୨୩) : ରାତି ସମୟ । ହଠାତ ସହିଦ ନଗର ଥାନା ପରିସରକୁ ଜଣେ ଯୁବକ ଠିଆ ହୋଇଥିବାବେଳେ ତଳେ ପଡିଯାଇଥିଲେ। ପୋଲିସ ପାଖରେ ଥିବା କେଇ ଜଣ ଯୁବକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଏସବୁ ର କାରଣ ଜାଣିବା ପୂର୍ବରୁ ସମୟ ଅତିବାହିତ ନକରି ପୋଲିସ ଉକ୍ତ ଯୁବକଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ହେଲେ ଡାକ୍ତର ସେଠାରେ ଉକ୍ତ ଯୁବକଙ୍କୁ ମୃତ ଘୋଷଣା କଲେ। ଶବ ବ୍ୟବଚ୍ଛେଦ ଗୃହକୁ ଗଲା। ବଛା ବଛା ପୋଲିସ ଅଧିକାରୀ, ଜିଲ୍ଲା ଜଜଙ୍କ ଉପସ୍ଥିତରେ ଶବ କୁ ଛାନଭିନ ଯାଞ୍ଚ ପ୍ରକ୍ରିୟା ଚାଲିଲା। ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର ହେଲା। କିନ୍ତୁ ପ୍ରକୃତ ଘଟଣା ଯାହା ସାମ୍ନା କୁ ଆସିଲା ତାହା ସନ୍ତୁଷ୍ଟ ନଥିଲେ ପରିବାର ଲୋକେ।ପରିବାର ଲୋକଙ୍କ କହିବା ଅନୁସାରେ ଯେଉଁ ଯୁବକଙ୍କର ସହିଦ ନଗର ଥାନା ପରିସର ରେ ପଡି ଜୀବନ ଚାଲିଗଲା ସେ ହେଉଛନ୍ତି, ଭୁବନେଶ୍ୱର ଉପକଣ୍ଠ ପଟିଆ ଗାଢ଼କଣ ଗାଁ ର ବାସିନ୍ଦା ବିଚିତ୍ର ପଲେଇ। ଋଣ କାରବାରକୁ ନେଇ ଏଭଳି ଅଘଟଣ ଘଟିଥିବା ବେଳେ ସମ୍ପୃକ୍ତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ନାଲକୋ ଛକରେ ବିଚିତ୍ରଙ୍କର ଏକ ଗାଙ୍ଗୁରାମ ଦୋକାନ ରହିଥିଲା । ଧାର ଟଙ୍କା ଫେରାଇବାରେ ବିଳମ୍ବ କରିବାରୁ ବିଚିତ୍ରଙ୍କୁ କେହି ଅପହରଣ କରି କାରରେ ନେଉଥିବା ବେଳେ ବାଣୀବିହାର ନିକଟରେ ଖସିବାକୁ ଉଦ୍ୟମ କରିଥିଲେ ବିଚିତ୍ର । ଏହାପରେ ସେ ଅପହର୍ତ୍ତାଙ୍କ କବଳରୁ ଖସିଯିବା ପାଇଁ ଦୌଡିଥିଲେ ।କିଛି ଲୋକ ଏହା ଦେଖି ବିଚିତ୍ରଙ୍କୁ କାହିଁକି ଦୌଡ଼ଛ ବୋଲି ପଚାରିଥିଲେ। ବିଚିତ୍ର ସେମାନଙ୍କୁ ସବୁକଥା କହିଥିଲେ। ହେଲେ ଅପହର୍ତ୍ତା ମାନେ ବିଚିତ୍ରଙ୍କୁ କାବୁ କରିବା ପାଇଁ ତାଙ୍କ ପଛେ ପଛେ କାର୍‌ ରଖି ଦୌଡ଼ିଥିଲେ। ଅପହର୍ତ୍ତା ମାନେ ବିଚିତ୍ରଙ୍କ ପାଖରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ନେଇଥିଲେ ଓ ବିଚିତ୍ରଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଲୋକେ ୨ ଅପହର୍ତ୍ତାଙ୍କୁ ସହିଦନଗର ଥାନା ପୋଲିସ ଜିମାରେ ଦେଇଥିଲେ । ପଚରାଉଚରା ପରେ ଜଣାପଡ଼ିଥିଲା ଯେ ସନ୍ଦିଗ୍ଧ ଅପହରଣକାରୀମାନେ ଶାନ୍ତିପଲ୍ଲୀ ବସ୍ତିର । ତେବେ ଘଟଣାରେ ହତ୍ୟା ଓ ଅପହରଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ତେବେ ବିଚିତ୍ରଙ୍କୁ ଅପହରଣ କରିଥିବା ଶାନ୍ତିପଲ୍ଲୀ ବସ୍ତିର ଦୃବୃର୍ତ୍ତ ମାନେ କଣ ପାଇଁ ଅପହରଣ କରୁଥିଲେ ତାହା ସ୍ପଷ୍ଟ କରିନାହିଁ ପୋଲିସ। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।ହେଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅପହରଣ କରି କଣ କରିଥାନ୍ତେ ବିଚିତ୍ରଙ୍କୁ?  

ଅନ୍ୟମାନଙ୍କୁ ଜଣାନ୍ତୁ।