You are currently viewing ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଡିଜିଟାଲ ମିଡିଆର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ: ଓଡମା

ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଡିଜିଟାଲ ମିଡିଆର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ: ଓଡମା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର (ଏଏନଏସ)୧୩/୦୧: ବର୍ତ୍ତମାନ ସମଗ୍ର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଗୁଲ ବାଜିଲାଣି। କିନ୍ତୁ ସମଗ୍ର ପୃଥିବୀ ତଥା ଆମ ଦେଶ ଓ ରାଜ୍ୟରେ ପ୍ରତିଦିନ ବଢୁଥିବା ମହାମାରୀ କରୋନା ଓ ତାର ନୂଆ ପ୍ରଜାତି ଓମୀକ୍ରାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ରାଜ୍ୟରେ ଥିବା ସମସ୍ତ ରାଜନୈତିକ ଦଳମାନେ କିଭଳି ପ୍ରଚାର କାର୍ଯ୍ୟକ୍ରମ କରିବେ ସେ ନେଇ ଚିନ୍ତାରେ ଥିବାବେଳେ ,ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଡିଜିଟାଲ ମିଡିଆରେ ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ଆଗଧାଡିର ଡିଜିଟାଲ ମିଡ଼ିଆ ଅନୁଷ୍ଠାନ ଗୁଡିକୁ ନେଇ ଗଠିତ ହୋଇଥିବା ରାଜ୍ୟ ସରକାରଙ୍କ ଶ୍ରମ ଆୟୁକ୍ତଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ପ୍ରଥମ ଅନୁଷ୍ଠାନ ” ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନ” (ଓଡ଼ମା) ପକ୍ଷରୁ ଏ ନେଇ ସରକାର ତଥା ନିର୍ବାଚନ ଆୟୋଗଙ୍କୁ ସାଧୁବାଦ ଦିଆଯାଇଥିଲା।

ପରେ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ସଂଘର କର୍ମକର୍ତ୍ତାମାନେ ଚଳିତ ନିର୍ବାଚନରେ ନିଜ ନିଜର ଆଚରଣ ସଂହିତାକୁ ତଥା ସରକାରଙ୍କ ଦ୍ୱାରା ଦିଆ ଯାଇଥିବା ମାର୍ଗଦର୍ଶିକାକୁ ଠିକ ଭାବରେ ପାଳନ କରାଯିବା ପାଇଁ ଆଲୋଚନା ହୋଇଥିଲା।ଏହି ଆଲୋଚନାରେ ରାଜ୍ୟ ସଂଘ ସଭାପତି ତୁଷାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ , କାର୍ଯ୍ୟକାରୀ ସଭାପତି ପ୍ରକାଶଚନ୍ଦ୍ର ମିଶ୍ର ସଂଘର ଆଗାମୀ  କାର୍ଯ୍ୟପନ୍ଥାନେଇ ଆଲୋଚନା କରିଥିଲେ। ଏହି ଆଭାସୀ ଆଲୋଚନାରେ ସୋନପୁରରୁ ସହଦେଵ ମେହେର,ବାଲିଗୁଡ଼ାରୁ ସୁକାନ୍ତ କୁମାର ତ୍ରିପାଠୀ, ଜଗତସିଂହପୁରରୁ  ଦୁର୍ଯ୍ୟୋଧନ ମହାରଣା ସମେତ ପ୍ରାୟ ୧୫ ଜଣ ଯୋଗଦେଇଥିଲେ। ରାଜ୍ୟ ସଂଘର ଉପ-ସଭାପତି ସୁନୀଲ କୁମାର ଦେ କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।