You are currently viewing ରାଜ୍ୟରେ ଫେବୃଆରୀ ୧୪ରୁ ଆରମ୍ଭ ହେବ ଦ୍ବିତୀୟ ଡୋଜ୍‌ ଟିକାଦାନ |

ରାଜ୍ୟରେ ଫେବୃଆରୀ ୧୪ରୁ ଆରମ୍ଭ ହେବ ଦ୍ବିତୀୟ ଡୋଜ୍‌ ଟିକାଦାନ |

ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୧୪ରୁ ଆରମ୍ଭ ହେବ ଦ୍ବିତୀୟ ଡୋଜ୍‌ ଟିକାଦାନ । ଜାନୁଆରି ୧୬ରେ ପ୍ରଥମ ଡୋଜ୍‌ ନେଇଥିବା ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍ ଟିକା ନେବେ । ଫେବୃଆରୀ ୧୦ ସୁଦ୍ଧା ସମସ୍ତ ୩.୫ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ଲକ୍ଷ ରଖାଯାଇଛି । ପ୍ରଥମ ପର୍ଯ୍ୟାୟର ଟିକାଦାନ ଆଜି ପୂରଣ ହେବା ସମ୍ଭାବନା ରହିଛି |
ପ୍ରଥମ ପର୍ଯ୍ୟାୟରେ ୧.୯୨ ଲକ୍ଷ କୋଭିଡ୍‌ ଟିକାଦାନର ଲକ୍ଷ୍ୟ ଥିଲା । ଏପର୍ଯ୍ୟନ୍ତ ରାଜ୍ୟରେ ୧ ଲକ୍ଷ ୫୨ ହଜାର ୩୫୧ ଜଣ ଟିକା ନେଲେଣି । ଦ୍ବିତୀୟ ପର୍ଯ୍ୟାୟରେ ୩ଟି ବିଭାଗର ଅଗ୍ରଣୀ ଯୋଦ୍ଧାଙ୍କୁ ଦିଆଯିବ ଟିକା । ସେମାନେ ହେଲେ ନଗର ଉନ୍ନୟନ, ଗୃହ ଓ ରାଜସ୍ବ କର୍ମଚାରୀଙ୍କୁ କୋଭିଡ ଟିକା ଦିଆଯିବ | ଆଜି ରାତି ୧୨ଟା ପରେ ଜଣାପଡ଼ିବ ପଞ୍ଜୀକୃତ ଯୋଦ୍ଧାଙ୍କ ସଂଖ୍ୟା କେତେ ରହିଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।