You are currently viewing ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ

ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ

  • Post category:ଓଡିଶା
  • Reading time:1 mins read

ନୟାଗଡ.ଏଏନଏସ (୧୨.୯.୨୨) : ଦାଶରଥି ପଟ୍ଟନାୟକ ଯେ ଦାସିଆ ଅଜା ଭାବରେ ଜଣା ଶୁଣା । ଆଜି ଦାସିଆ ଅଜାଙ୍କର ଶ୍ରାଦ୍ଧ ଦିବସ ।୧୯୦୭ ଜୁଲାଇ ୧୨ ତାରିଖରେ ଦାସିଆ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ଓଡିଶାର ପାଠାଗାର ଅନ୍ଦୋଳନର ପ୍ରବାଦ ପୁରୁଷ । ଏହି ପ୍ରବାଦ ପୁରୁଷ ନୟାଗଡର ଉଦୟପୁର ଠାରେ ପାଠାଗାର ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ । ସମଗ୍ର ବିଶ୍ୱରେ ସେ ‘ଦଶ ପଇସାର ରଜା ଦାସିଆ ଅଜା ନାମରେ ପରିଚିତ ଥିଲେ । ସେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥଲେ । ତାଙ୍କର ଶିକ୍ଷା ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଥିଲା । କିନ୍ତୁ ପଢିବା ଥିବା ତାଙ୍କ ନିଶା । ଏହା ଦ୍ୱାରା ସେ ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ । ଅଧା ଲଙ୍ଗଳା ବେଶ , ହାତରେ ଠେଙ୍ଗା , କାନ୍ଧରେ ଝୁଲାମୁଣି ମୁଠାଏ ମୁଢି ଏବଂ କପେ ନାଲି ଚାରେ ଯେ ବୁଲୁଥିଲେ । ମାଗି ମାଗି ପୋଥି , ପୁସ୍ତକ, ପତ୍ରିକା, ସହଗ୍ରହ କରିବା ଥିଲା ତାଙ୍କର ନିଶା । ପୋଷ୍ଟକାର୍ଡ ଲେଖିବା ଥିଲା ତାଙ୍କର ଆଉ ଏକ ନିଶା ଥିଲା । ଲେଖକଙ୍କ ପାଇଁ ତାଙ୍କ ପୋଷ୍ଟକାର୍ଡ ଥିଲା ଆଉ ଏକ ପ୍ରେରଣା । ଏହି ସଂଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାର ୨ ଲକ୍ଷରୁ ଅଧିକ ପୁସ୍ତକ, ପତ୍ର ପତ୍ରିକା, ପୋଥି ଗଚ୍ଛିତ ଅଛି । ଦାସିଆ ଅଜାଙ୍କୁ ସାହାର୍ଯ୍ୟକରିଥିଲେ ସହଧର୍ମିଣୀ ପୌର୍ଣମାସୀ ଦେବୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।