You are currently viewing ବାଲେଶ୍ବରରୁ ୯୯୦ କେଜି ଗଞ୍ଜେଇ ଜବତ କଲା ଏସଟିଏଫ

ବାଲେଶ୍ବରରୁ ୯୯୦ କେଜି ଗଞ୍ଜେଇ ଜବତ କଲା ଏସଟିଏଫ

ବାଲେଶ୍ବର-୧୪.୦୮.୨୦୨୧, ରାଜ୍ୟରେ ବିପୁଳ ପରିମାଣର ଗଞ୍ଚେଇ ଜବତ ହୋଇଛି । ବାଲେଶ୍ବରରୁ ୯୯୦ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ମଥାନୀ ଛକ ନିକଟରେ ଏସଟିଏଫ ଚଢାଉ କରିଥିଲା । ଟ୍ରକ୍ ର ସିକ୍ରେଟ୍ ଚାମ୍ବର ଭିତରୁ ୯୯୦ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ଜବତ କଲା ଏସଟିଏଫ । ଚୋରା ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିବା ସହ ଦଶ ଚକିଆ ଟ୍ରକ ମଧ୍ୟ ଜବତ ହୋଇଛି ।
ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ଗଞ୍ଜେଇ ।

ଅନ୍ୟମାନଙ୍କୁ ଜଣାନ୍ତୁ।