You are currently viewing ବ୍ରାହ୍ମଣୀ ନଦୀ ବ୍ରିଜରୁ ଖସିଲା ଟ୍ରେଲର୍

ବ୍ରାହ୍ମଣୀ ନଦୀ ବ୍ରିଜରୁ ଖସିଲା ଟ୍ରେଲର୍

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ(ଏଏନଏସ)୧୯/୦୨: ବ୍ରାହ୍ମଣୀ ନଦୀ ବ୍ରିଜରୁ ଖସିଲା ଟ୍ରେଲର୍ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ବ୍ରାହ୍ମଣୀ ନଦୀ କମଗରା ବ୍ରିଜଠାରେ ଘଠିଛି ।ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ କମଗରା ବ୍ରାହ୍ମଣୀ ବ୍ରିଜ୍ରେ ଏକ ଲୁହା ବୋଝେଇ ଟ୍ରେଲର ଆସୁଥିବା ବେଳେ ଭାରସାମ୍ୟ ହରାଇ କମଗରା ନିକଟ ବ୍ରାହ୍ମଣୀ ନଦୀ ବ୍ରିଜ ଉପରୁ ତଳକୁ ଖସିପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ ମୃତକର ପରିଚୟ ମିଳିନାହିଁ । ଗୁରୁତର ଜଣଙ୍କ ଦେବଗଡ ଜିଲ୍ଲାର ମିଥୁନ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।