You are currently viewing ପୋଲିସକୁ ଗୋଡାଇ ପିଟିଲେ ଆଦିବାସୀ

ପୋଲିସକୁ ଗୋଡାଇ ପିଟିଲେ ଆଦିବାସୀ

  • Post category:ଓଡିଶା
  • Reading time:1 mins read

ମୋହନା (୧୩.୯.୨୨) : ଥାନାରେ ପଶିଲେ ନିର୍ଧୁମ ପିଟିଲେ । ଜିନିଷ ପତ୍ର ଭଙ୍ଗାରୁଜା କଲେ । ଏହି ପରି ଅନେକ ସମୟ ଧରି ଚାଲିଲା ଏପରି । ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ପରିସରରେ । ଏପରି କିଛି ସମୟ ପାଇଁ ଥାନା ପୋଲିସ ଶୂନ୍ୟ ହୋଇଯାଇଥିଲା । ଅଡବା ଥାନା ପୋଲିସ ଗତ କାଲି ଝରଣପୁର ଗାଁରେ ରାତିରେ ଚଢାଉ କରିଥିଲା । ବିଶ୍ୱନାଥ ଭୂୟାଁ ନାମକ ବ୍ୟକ୍ତିଙ୍କୁ ଗଞ୍ଜେଇ ଚାଲାଣ ମାମଲାରରେ ଉଠାଇ ଆଣିଥିଲା । ଗ୍ରାମବାସୀ କିନ୍ତୁ ଏହାକୁ ମାନିବାକୁ ରାଜି ନୁହନ୍ତି । ତାକୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଛି ବୋଲି କହିଥିଲେ । ଏହା ପରେ ଗ୍ରାମବାସୀ ମାନେ ଏକତ୍ରୀତ ହୋଇ ଥାନାରେ ପଶି ପୋଲିସକୁ ବାଡାଇଥିଲେ । ଏହା ସହିତ ବହୁ ଜିନିଷ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୮ ଜଣ ପୋଲିସ୍ ଆହତ ହୋଇଥିବା ଜଣାପଡିଛି । ଏହା ପରେ ଗାଁ ଲୋକମାନେ ପୋଲିସଙ୍କ କ୍ୱାଟର ଭିତରେ ପଶି ତାଙ୍କ ପରିବାର ଲୋକମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।