arpan rath

ରାସନ ସାମଗ୍ରୀ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ । କଟକ ଜିଲ୍ଲା ନରସିଂହପୁର ନିକଟ ନୂଆପାଟଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରାସନ ସାମଗ୍ରୀ ମିଳିନଥିବାରୁ ଲୋକେ ଅର୍ପଣ ରଥକୁ ଅଟକାଇଛନ୍ତି ।

ଦୀର୍ଘ ୭ ମାସ ହେଲା ଲୋକଙ୍କୁ ସରକାର ଯୋଗାଉଥିବା ଚାଉଳ ମିଳିନଥିବା ଅଭିଯୋଗ ହୋଇଛି । ରାସନକାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳକୁ ଡିଲର ହେରଫେର କରିଥିବା କୁହାଯାଉଛି । ଏନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ଆଜି ଅର୍ପଣ ରଥ ସହ ନରସିଂହପୁର ବିଡିଓ ନୂଆପାଟଣା ପଞ୍ଚାୟତ ପହଞ୍ଚିବା ପରେ ରଥକୁ ଅଟକ ରଖିଛନ୍ତି ହିତାଧିକାରୀ । ୭ ମାସ ହେଲା ଚାଉଳ କାହିଁକି ମିଳୁନାହିଁ ବୋଲି ଅଭିଯୋଗ ଆଣିବା ସହ ଅର୍ପଣ ରଥକୁ ଅଟକାଇ ଦେଇଛନ୍ତି ଲୋକେ ।

ଅନ୍ୟମାନଙ୍କୁ ଜଣାନ୍ତୁ।