You are currently viewing ନବୀନ ନିବାସ ସମ୍ମୁଖ ଗଛରେ ଚଢ଼ିଗଲେ ମହିଳା

ନବୀନ ନିବାସ ସମ୍ମୁଖ ଗଛରେ ଚଢ଼ିଗଲେ ମହିଳା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(25.09.22): ପୁଲିସ୍‌ଠାରୁ ନ୍ୟାୟ ନପାଇ ଜଣେ ମହିଳା ଗଛ ଉପରେ ଚଢ଼ିଗଲେ। ତାହା ପୁଣି ସବୁଠାରୁ ସମ୍ୱେଦନଶୀଳ ନବୀନ ନିବାସ ନକଟରେ ଥିବା ଗଛରେ ଚଢ଼ିଗଲେ। ସେଠାରେ ଉପସ୍ଥିତ ଥିବା କମିଶନରେଟ୍‌ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବହୁ କଷ୍ଟରେ ଗଛରୁ ଉଦ୍ଧାର କରିଛନ୍ତି। ଗଛରୁ ଓହ୍ଲାଇବା ପରେ ଭଦ୍ରକ ଓ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଉପରେ ବର୍ଷିଛନ୍ତି। ଆଉ କହିଛନ୍ତି, ଏ ଜୀବନ ରଖିବି କାହିଁକି?

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ରେବୀ(ଛଦ୍ମନାମ)। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ରେବୀଙ୍କ ଭାଇ ତାଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ ତାଙ୍କ ଭାଇଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଯାହାର ଏକମାତ୍ର ସାକ୍ଷୀ ଥିଲେ ରେବୀ। ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରୁନଥିଲା। ଯେଉଁଥିପାଇଁ ହତ୍ୟା ଅଭିଯୁକ୍ତମାନେ ରେବୀ ଓ ତାଙ୍କ ପରିବାର ଲୋକଙ୍କୁ ନାନା ହଇରାଣ କରୁଥଇଲେ। ପରେ ରେବୀ ବାହା ହୋଇ ଶ୍ୱଶୁର ଘରକୁ ଚାଲି ଯାଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।