You are currently viewing ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ)୦୭/୧୨: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ।  ଏହି ଘଟଣାଟି ନାଇକାଣିଡିହି ଥାନା ରାଜଘର ପୋଖରୀ ମହାପାତ୍ର ସାହିରେ ଘଟିଛି। ମୃତକ ଜଣଙ୍କ ହେଲେ ସେହି ଗାଁର ବନମାଳୀ ମହାନ୍ତି। ସୂଚନା ଅନୁଯାୟୀ ଗତ ଶୁକ୍ରବାର  ଦିନ ବନମାଳୀ ବଜାରକୁ ପରିବା ଆଣିବାକୁ ଯାଇ ଘରକୁ ଫେରିନଥିଲେ । ତେବେ ଆଜି ପୋଖରୀରେ ତାଙ୍କ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।