You are currently viewing ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ରଖିଥିବା ଯୁବକ ଭୁବନେଶ୍ୱରରୁ ଠାବ

ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ରଖିଥିବା ଯୁବକ ଭୁବନେଶ୍ୱରରୁ ଠାବ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର .ଏଏନଏସ .(୩୦.୦୮.୨୦୨୨): ଆଜି ସକାଳେ ମୁଣ୍ଡଳି ବ୍ରିଜ୍ ଉପରେ ହେହି ଜଣେ ସ୍କୁଟି ଥୋଇ ନଦୀକୁ ଡେଇଁବା ସଦେହ କରାଯାଉଥିଲା । ଏଥି ପାଇଁ ଅଗ୍ନିଶମ କର୍ମଚାରୀ ଖୋଜା ଖୋଜି ଆରମ୍ଭ କରିଥିଲେ । କିନ୍ତୁ ଯୁବକ ଜଣଙ୍କୁ ପୋଲିସ୍ ଠାବ କରିଛି ଭୁବନେଶ୍ୱରରୁ । ଯୁବକ ଜଣଙ୍କ ଘର ଅନୁଗୁଳ ସିମିଳିପଡାରେ ତାଙ୍କ ନାଁ ରଘୁରଞ୍ଜନ ମହାପାତ୍ର ବୋଲି ଜଣାପଡିଛି । ତାଙ୍କ କହିବା ଅନୁସାରେ ସେ ନଦୀକୁ ଡେଇଁ ନଥିଲେ ତାଙ୍କ ସ୍କୁଟି ଖରାପ୍ ହେବାରୁ ସେଠାରେ ସେ ସ୍କୁଟି ରଖି ଥିଲେ । ରଘୁରଞ୍ଜନଙ୍କ କହିବା ଅନୁସାରେ ସେ ପାରିବାରିକ କଳହ ଯୋଗୁ ଗତ ରାତିରେ ସେ ଘରୁ ସ୍କୁଟିରେ ବାହାରି ଆସିଥିଲେ । ଗାଡି ଖରାପ୍ ହେବାରୁ ସ୍କୁଟିକୁ ବ୍ରିଜ୍ ଉପରେ ରଖି ସେ ଏକ ଟ୍ରକ୍ ଯେଗେ ଭୁବନେଶ୍ୱର ବରମୁଣ୍ଡା ଆସିଥିଲେ । ସେଠାରେ ସେ ଶୋଇ ପଡିଥିଲେ । ସକାଳେ ଖବର ପାଇଲେ ଗାଡିକୁ ପୋଲିସ୍ ନେଇଯାଇଛି । ପରେ ସେ ଗୋଡିପଡା ଫାଣ୍ଡିକୁ ଆସିଥିଲେ । ତେବେ ସେ ଚପଲ ତାଙ୍କର ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।