You are currently viewing ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର-୧୫.୦୯.୨୦୨୧, ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀରେ ଜଳସ୍ତର ବୃଦ୍ଧି ନେଇ ଏସ୍ଆରସି ସୂଚନା ଦେଇଛନ୍ତି ଯେ, ହୀରାକୁଦ ଉପର ମୁଣ୍ଡରେ ଲାଗି ରହିଛି ବର୍ଷା । ଏଥିଯୋଗୁ ହୀରାକୁଦ ଡ୍ୟାମ୍‌ରେ ୧୨ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଆଜି ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍‌ ଖୋଲା ଯାଇଛି। ଏବେ ସମୁଦାୟ ୧୮ ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ତେବେ ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା ।

ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି । ଏବେ ହୀରାକୁଦକୁ ୨.୫୮ କ୍ୟୁସେକ୍‌ ଜଳ ପଶୁଛି ଏବଂ ୨.୨୫ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଛି । ତେଣୁ ଆବଶ୍ୟକ ପଡିଲେ ଆହୁରି ଗେଟ ଖୋଲାଯିବ ବୋଲି ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଖୋଲାଯିବ ବୋଲି ଖୋଲାଯାଇପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।