You are currently viewing ହାତୀ ଗତିବିଧି ପାଇଁ ବ୍ୟବହାର ହେଉଛି ଥର୍ମାଲ ଡ୍ରୋନ

ହାତୀ ଗତିବିଧି ପାଇଁ ବ୍ୟବହାର ହେଉଛି ଥର୍ମାଲ ଡ୍ରୋନ

  • Post category:ଓଡିଶା
  • Reading time:1 mins read

କେଉଁଝର (୧୪.୩.୨୩) : ଡ୍ରୋନ କ୍ୟାମେରାରେ କଏଦ ହେଲା ହାତୀ ପଲଙ୍କ ଗତିବିଧି । କେନ୍ଦୁଝର ବନଖଣ୍ଡର ଘଞ୍ଚ ଜଙ୍ଗଲରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ନୂତନ ଭାବେ ଥର୍ମାଲ ଡ୍ରୋନ ବ୍ୟବହାର କରୁଛି ବନବିଭାଗ । ଆଉ ରାତିରେ ହାତୀ ପଲ ଚଳପ୍ରଚଳ କରୁଥିବା ଦୃଶ୍ୟ ଡ୍ରୋନ କ୍ୟାମେରାରେ କଏଦ ହୋଇଛି । କେନ୍ଦୁଝର ଡିଏଫଓଙ୍କ ସୂଚନା ଅନୁସାରେ ଏହି ଥର୍ମାଲ ଡ୍ରୋନ କ୍ୟାମେରା ଜରିଆରେ ହାତୀ ପଲର ଗତିପଥ ଯାଞ୍ଚ କରାଯାଇ ପାରୁଛି । ଜଙ୍ଗଲ ଭିତରେ ହାତୀ ପଲର ଗତିବିଧୀ ଉପରେ ନଜର ରଖିବା ସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଥର୍ମାଲ ଡ୍ରୋନ ବ୍ୟବହାର କରୁଛି ବନବିଭାଗ । ଫଳରେ ହାତୀଙ୍କ ଗତିବିଧୀ ଜାଣି ଆଗୁଆ ପଦକ୍ଷେପ ଗ୍ରହଣ କରି ଅଘଟଣକୁ ଏଡାଯାଇ ପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।