You are currently viewing ଜଳିଗଲା ୩ ବଖରା ଘର

ଜଳିଗଲା ୩ ବଖରା ଘର

  • Post category:ଓଡିଶା
  • Reading time:1 mins read

ନୟାଗଡ, ନୟାଗଡ ବ୍ଲକ ଗମ୍ଭାରିଡିହି ପଞ୍ଚାୟତ ନନ୍ଦପୁର ଗାଁରେ ଅଗ୍ନିକାଣ୍ଡ ହୋଇ ୨ ଟି ପରିବାରର ୩ ବଖରା ଘର ଜଳିଯାଇଛି । ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ଏଭଳି ଘଟିଥିବା ସୂଚନା ରହିଛି । ଘର ଚାଳ ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସେଠାରେ ନିଆଁକୁ ଆୟତ୍ତ କରିଥିଲା । ସ୍ଥାନୀୟ ସରପଞ୍ଚ ସେମାନଙ୍କୁ କିଛି ସହାୟତା କରିଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀମାନେ ଦାବି କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।