You are currently viewing ହାଇଓ୍ୱା ଧକ୍କାରେ ପ୍ରାଣ ହରାଇଲେ ତିନି ଶ୍ରମିକ : ପରିବାର ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ହାଇଓ୍ୱା ଧକ୍କାରେ ପ୍ରାଣ ହରାଇଲେ ତିନି ଶ୍ରମିକ : ପରିବାର ପକ୍ଷରୁ ଜାତୀୟ ରାଜପଥ ଅବରୋଧ

  • Post category:ଓଡିଶା
  • Reading time:1 mins read

ଏଏନଏସ : ସୁନ୍ଦରଗଡ ଜିଲ୍ଲା ମୁଣ୍ଡା ବାଇପାସ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇଓ୍ୱା  ଧକ୍କାରେ ତିନି ଜଣ ନିରୀହ ସାଧାରଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ରାସ୍ତା ମରାମତି କାମ କରୁଥିବା ବେଳେ ଏକ ଟ୍ରକଟି ଦ୍ରୁତଗତିରେ ଆସି ଶ୍ରମିକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୩ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତକ ଶ୍ରମିକମାନେ ହେଉଛନ୍ତି କେ.ବଲାଙ୍ଗ ଥାନା ଅଞ୍ଚଳର ଡିଲୁ ପାତ୍ର, ମଦନ ମୁଣ୍ଡାରୀ ଓ ଶୁକ୍ରା ମୁଣ୍ଡାରୀ ।

ସୂଚନାଯୋଗ୍ୟ ଯେ, ରାଜାମୁଣ୍ଡା ବାଇପାସ ଛକ ନିକଟରେ ପ୍ରାୟ ୧୧ଜଣ ଶ୍ରମିକ ରାସ୍ତାର ଉଭଟ ପାଶ୍ୱରେ କାମ କରୁଥିଲେ । ଏହି ସମୟରେ ଏକ ହାଇଓ୍ୱା  ଦ୍ରୁତଗତିରେ ଆସି ତିନିଜଣ ଶ୍ରମିକଙ୍କ ଉପରେ ଚଢି ଯାଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏନେଇ ପରିବାର ପକ୍ଷରୁ ରାଜପଥ ଅବରୋଧ କରାଯାଇଛି । ମୃତ ପରିବାରଙ୍କୁ ଜଣ ପିଛା ୩୦ ଲକ୍ଷ ଦେବା ଦାବିରେ ରାସ୍ତା ରୋକ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।