You are currently viewing ରାଜ୍ୟରେ ସ୍କୁଲ ପିଲାଙ୍କୁ ଦିଆଯିବ ‘ତିିଥି ଭୋଜନ’ : ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

ରାଜ୍ୟରେ ସ୍କୁଲ ପିଲାଙ୍କୁ ଦିଆଯିବ ‘ତିିଥି ଭୋଜନ’ : ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

  • Post category:ଓଡିଶା
  • Reading time:1 mins read

ଏଏନଏସ : ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମିଳିବ ‘ତିିଥି ଭୋଜନ’ । ୧୦୦ଦିନ ମଧ୍ୟରୁ ଯେକୌଣସି ଗୋଟାଏ ଦିନ କମ୍ୟୁନିଟି ସଦସ୍ୟ କିମ୍ବା ସିଭିଲ ସୋସାଇଟି ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ‘ତିିଥି ଭୋଜନ’ ତଥା ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ରଶିକ୍ଷା ପକ୍ଷରୁ ଜାରି ଗାଇଡଲାଇନ ଅନୁଯାୟୀ, ପ୍ରଥମରୁ ୫ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪୫୦କ୍ୟାଲୋରୀ ଓ ୧୨ଗ୍ରାମ ପ୍ରୋଟିନ ଏବଂ ୬ଷ୍ଠରୁ ୮ମ ଶ୍ରେଣା ପିଲାଙ୍କ ପାଇଁ ୭୫୦କ୍ୟାଲୋରୀ ଓ ୨୦ଗ୍ରାମ ପ୍ରୋଟିନ ଥିବା ଖାଦ୍ୟ ପ୍ରଦାନ କରାଯିବ । ସ୍ଥାନୀୟ ଭାବେ ମିଳୁଥିବା ପନିପରିବା ,ଛୁଁଇ କିମ୍ବା ଶିମ୍ବ ଜାତୀୟ ଖାଦ୍ୟ, ଡାଲି, ମିଲେଟ ଆଦିକୁ ଅନ୍ତର୍ଭୁକ୍ତ କରାଯାଇପାରିବ । ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯିବା ପୂର୍ବରୁ ଶିକ୍ଷକ ଓ ରୋଷେୟା ପ୍ରଥମେ ଖାଦ୍ୟକୁ ଚାଖିବେ ।

ତିଥି ଭୋଜନ ପ୍ରଦାନ ପୂର୍ବରୁ ସ୍କୁଲ ପରିଚାଳନା କମିଟି ବୈଠକ ବସିବା ସହ କେଉଁ ଖାଦ୍ୟ ଦିଆଯିବ ଏବଂ କିଏ ଦେବ ତାହା ସ୍ଥିର ହେବ । ଏହାପରେ ୧୦୦ଦିନିଆ କାର୍ଯ୍ୟକ୍ରମରେ କେତେ ବିଦ୍ୟାଳୟର କେତେ ପିଲା ଭାଗନେଲେ ରାଜ୍ୟ ସରକାରଙ୍କୁ ତାହାର ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ‘ସ୍ନେହ ଭୋଜନ’, ଆସାମରେ ‘ସମ୍ପିତ ଭୋଜନ’, ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ‘ପ୍ରୀତି ଭୋଜନ’, କର୍ଣ୍ଣାଟକ, ଆଣ୍ଡାମାନ ଓ ପଣ୍ଡିଚେରିରେ ‘ସାଲେଗାଗି ନାଭୁ ନେଭୁ’ ଢାଞ୍ଚାରେ ଓଡିଶାରେ ‘ତିଥି ଭୋଜନ’ ପ୍ରଚଳିତ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।