You are currently viewing ଆଜି ବାତ୍ୟା ର ରୂପ ନେବ ଗଭୀର ଅବପାତ

ଆଜି ବାତ୍ୟା ର ରୂପ ନେବ ଗଭୀର ଅବପାତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୦୮/୦୫, ସକ୍ରିୟ ହେଉଛି ଗଭୀର ଅବପାତ। ସେହିପରି ଆଜି ବାତ୍ୟାର ରୂପ ନେବା ସହ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ବାତ୍ୟାର ରୂପ ନେବା ପରେ ସମୁଦ୍ର ଭିତରେ ଏହାର ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ । ପୁରୀଠୁ ଦକ୍ଷିଣ ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାକୁ ୧୩ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି । ତେବେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ । ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା । ପ୍ରଭାବରେ ୧୦ ତାରିଖରୁ ଦୁଇ ଦିନ ଧରି ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଉତ୍ତର ପଶ୍ଚିମ ଦିଗରେ ଗତିକରୁଥିବା ଅବପାତ ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ । ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା ।

ଅନ୍ୟମାନଙ୍କୁ ଜଣାନ୍ତୁ।