You are currently viewing ଆଜି ଠାକୁରଙ୍କର ଅଧରପଣା ନୀତି

ଆଜି ଠାକୁରଙ୍କର ଅଧରପଣା ନୀତି

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୧/୦୭, ସରିଆସିଲାଣି ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରା । ଆଉ ଦିନକ ପରେ ରତ୍ନ ବେଦୀକୁ ବାହୁଡିବେ ମହାବାହୁ । ଆଜି ହେଉଛି ପ୍ରଭୁଙ୍କର ଅଧରପଣା ନୀତି । ଆଜି ସଂନ୍ଧ୍ୟାରେ ତିନିରଥ ଉପରେ ଠାକୁରଙ୍କର ଅଧରପଣା ନୀତିଅନୁଷ୍ଠିତ ହେବ । ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବାଦେବୀ ବିରାଜ ମାନ କରିଥାଆନ୍ତି । ସେହି ଦେବାଦେବୀ ଓ ଚଣ୍ଡି ଚାମଣ୍ଡା ମାନଙ୍କୁ ଶାନ୍ତ କରିବା ପାଇଁ ଅଧରପଣା କରାଯାଇ ଅଧରପଣା ହାଣ୍ଡିକୁ ରଥ ଉପରେ ଭାଙ୍ଗିବାର ନିୟମ ଅଛି । କୁହାଯାଏକି ରଥଯାତ୍ରା ସମୟରେ ଶ୍ରୀ ଜିଉମାନଙ୍କ ସହ ବହୁ ଦେବାଦେବୀ ଓ ଚଣ୍ଡି ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାଆନ୍ତି । ତେଣୁ ସେମାନଙ୍କ ସନ୍ତୁଷ୍ଟି ପାଇଁ ବଡ ଓଡିଆ ମଠ, ରାଘବ ଦାସ ମଠ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା , ଛାଚି, ୪ୀର, ସର, ଗୋଲମରିଚ, କର୍ପୂର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।