You are currently viewing ଆଜି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ; ୧୨ରୁ ଅଧିକ ପ୍ରସ୍ତାବ ଉପରେ ହେବ ଅଲୋଚନା

ଆଜି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ; ୧୨ରୁ ଅଧିକ ପ୍ରସ୍ତାବ ଉପରେ ହେବ ଅଲୋଚନା

ଭୁବନେଶ୍ୱର (ଏଏନ୍ଏସ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ୧୨ରୁ ଅଧିକ ପ୍ରସ୍ତାବ କ୍ୟାବିନେଟରେ ଆସିବ। ମେଟ୍ରୋ ଟ୍ରେନ୍ କ୍ୟାଡର୍ ପୁନଃଗଠନ ସହ ନଗର ଉନ୍ନୟନ ଗଣଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗର ପ୍ରସ୍ତାବ ଆସିବ।

ନିକଟରେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ କରିବା ସହ ଡିପିଆର୍କୁ ମଧ୍ୟ ଅନୁମୋଦନ ଦେଇଛନ୍ତି। ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପକୁ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।