You are currently viewing ଆଜି ଗୁଡ ଫ୍ରାଇଡେ

ଆଜି ଗୁଡ ଫ୍ରାଇଡେ

ଭୁବନେଶ୍ୱର, ଆଜି ହେଉଛି ଗୁଡ ଫ୍ରାଇଡେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଗୁଡ୍ ଫ୍ରାଇଡେ ପାଳନ ନେଇ କଟକଣା ଜାରି କରିଛି ବିଏମସି । କଟକଣା ଅନୁସାରେ, ଚର୍ଚ୍ଚ ଗୁଡିକରେ ଜନଗହଳିକୁ ବାରଣ କରାଯାଇଛି । ଚର୍ଚ୍ଚଗୁଡିକରେ ସର୍ବାଧିକ ୫୦ ବ୍ୟକ୍ତିଙ୍କୁ ନେଇ ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି । ଏଥିସହ ଚର୍ଚ୍ଚ ଭିତରେ କୋଭିଡ କଟକଣା ସଠିକ୍ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚର୍ଚ୍ଚଗୁଡିକୁ ବୃଦ୍ଧ, ଶିଶୁ ଏବଂ ଗର୍ଭବତୀଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।