You are currently viewing ଆଜି ନୀଳାଦ୍ରୀ ବିଜେ

ଆଜି ନୀଳାଦ୍ରୀ ବିଜେ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୨/୦୭, ଜନ୍ୱବେଦୀରୁ ଲୀଳାଖେଳା ସାରି ନବଦିନାତ୍ମକ ଯାତ୍ରାକୁ ସମାପ୍ତ କରି ଆଜି ନୀଳକନ୍ଦରକୁ ଫେରିବେ ନୀଳାଚଳନାଥ । ଆଜି ହେଉଛି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ । ରଥାୀରଢ ଶ୍ରୀ ଜିଉ ଆଜି ଗୋଟି ପହଣ୍ଟିରେ ବିଜେ କରିବେ ରତ୍ନ ବେଦୀକୁ । ସକାଳୁ ରଥ ଉପରେ ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ସଂନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ପ୍ରଭୁଙ୍କର ପହଣ୍ଟି ବିଜେ । ସେପଟେ ମାନ କରିବ ବସିଥିବା ମା’ ଲକ୍ଷ୍ମୀ ସାନ୍ତାଣୀଙ୍କୁ ରସଗୋଲା ଦେଇ ମହାପ୍ରଭୁ ମାନଭଞ୍ଜନ କରିବେ । ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ସୁଦ୍ଧା ଶେଷ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।