You are currently viewing କାଲି ନୂଆଁଖାଇ

କାଲି ନୂଆଁଖାଇ

ସମ୍ବଲପୁର (୩୧.୦୮.୨୦୨୨) : କାଲି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ଏଥି ପାଇଁ ସମ୍ବଲପୁର ସହିତ ସାରା ଓଡିଶା ଚଳ ଚଞ୍ଚଳ । ଘରେ ଘରେ ଉତ୍ସବ ପାଳିବା ପାଇଁ ଆଗ୍ରହ ଦେଖିବାକୁ ମିଳୁଛି । ଯେଉଁମାନେ ଦୂରରେ ରହୁଥିଲେ ସେମାନେ ଘରକୁ ଫେରିଆସିଛନ୍ତି । ପଶ୍ଚିମ ଓଡିଶାରେ ସମସ୍ତେ ନୂଆଁଖାଇ ପ୍ରସ୍ତୁତିରେ ଲାଗିଛନ୍ତି । ପଶ୍ଚିମ ଓଡିଶାରେ ବର୍ଷର ପ୍ରଥମ ଧାନ ମା’ଙ୍କ ପାଖରେ ଭୋଗ ଲାଗିବା ପରେ ସମସ୍ତେ ଭୋଗ ପାଇ ଥାନ୍ତି ବା ନୂଆ ଚାଉଳ ଖାଇଥାନ୍ତି । ଏହା ଏକ କୃଷିଭିତ୍ତିକ ଗଣ ପର୍ବ । ନୂଆ ଖାଇବା ପରେ ଭେଟଘାଟ ହୋଇଥାଏ । ଏହା ପରେ ଗୁରୁଜନ ମାନଙ୍କୁ ଜୁହାର କରିବାର ପରମ୍ପରା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।