You are currently viewing ସିଡିଏସ୍ ବିପିନ ରାୱତ ଓ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ ପ୍ଲାନେଟ କାର୍ଯ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା

ସିଡିଏସ୍ ବିପିନ ରାୱତ ଓ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ ପ୍ଲାନେଟ କାର୍ଯ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, (ଏଏନଏସ) ୦ ୯.୧୨.୨୦୨୧ : ରାଜଧାନୀ ସ୍ଥିତ ନୟାପଲ୍ଲି ନିକଟରେ ଥିବା ପ୍ଲାନେଟ ଡେଭଲପ୍‌ମେଣ୍ଟ ସଲ୍ୟୁସନ କାର୍ଯ୍ୟାଳୟରେ ସିଡିଏସ୍ ବିପିନ ରାୱତ ଓ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କାର୍ଯ୍ୟାଳୟର ମୁଖ୍ୟ ସତ୍ୟଜିତ୍ ମହାନ୍ତି, ସାନ୍ତନୁ ମିଶ୍ର, ଏଏନଏସ ଓଡ଼ିଆ ଅଧ୍ୟକ୍ଷ ତୁଷାର ପଟ୍ଟନାୟକ, ସୁଜିତ୍ କୁମାର ମହାନ୍ତି, ସରୋଜ କୁମାର ରାଉତ, ଅଭିଷେକ ଗିରି, ଝୁମ୍‌କି ପଟ୍ଟନାୟକ ଅଭିପ୍ସା ବରାଳ ଓ ମୀନାକ୍ଷି ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ କାର୍ଯ୍ୟାଳୟର ସମସ୍ତ ସଦସ୍ୟଙ୍କ ଦ୍ଵାରା ଦିବଙ୍ଗତ ସିଡିଏସ୍ ବିପିନ ରାୱତ ଓ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଫଟୋ ଚିତ୍ରରେ ପ୍ରଦିପ ପ୍ରଜ୍ବଳନ କରି ମାଲ୍ୟାର୍ପଣ କରାଯାଇଥିଲା। ପରେ ସେମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସରୋଜ କୁମାର ରାଉତ।

ଅନ୍ୟମାନଙ୍କୁ ଜଣାନ୍ତୁ।