You are currently viewing ଟ୍ରକ ସହ ବାଇକ ଧକ୍କା, ଜଣେ ମୃତ

ଟ୍ରକ ସହ ବାଇକ ଧକ୍କା, ଜଣେ ମୃତ

  • Post category:ଓଡିଶା
  • Reading time:1 mins read

ଫୁଲବାଣୀ-୦୧.୦୭.୨୦୨୧ (ରଞ୍ଜିତ କୁମାର ଦିଗାଲ୍), କୋଟଗଡର ନୂଆଗାଁ ନିକଟରେ ବାଇକ ସହ ମାଲବାହୀ ଟ୍ରକ ସାମ୍ନାସାମ୍ନି ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ତୁମୁଡିବନ୍ଧ ବ୍ଳକ ଗୁମା ଗ୍ରାମର ବୃନ୍ଦାବନ ଜାନୀ ବୟସ ୫୦ ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ସଢୁ ସହ ଦୁଇଟି ବାଇକରେ ଯାଉଥିଲେ । ହେଲେ କୋଟଗଡ ର ନୂଆଗାଁ ନିକଟରେ ହଠାତ୍ ଏକ ମାଲବାହୀ ଟ୍ରକ ଡାହାଣ ଆଡୁ ମାଡି ଆସି ଜୋରରେ ବାଡେଇ ହେବା ଫଳରେ ଘଟଣା ସ୍ଥଳରେ ବୃନ୍ଦାବନ ଜାନୀଙ୍କ ମୃତ୍ୟୁ ଘଟିବା ସହ ବୃନ୍ଦାବନଙ୍କ ବାଇକ୍ ଟି ଟ୍ରକ ରେ ଲାଗି ପ୍ରାୟ ୩ କିଲୋମିଟର କୋଟଗଡ ପାହାଡି ଢାବା ପର୍ଯ୍ୟନ୍ତ ଆସିଥିଲା ଓ ସେଠାରୁ ଟ୍ରକ ଡ୍ରାଇଭର କେଉଁଆଡେ ଫେରାର୍ ହୋଇଜାଇଥିଲା । ଖବର ପାଇ ଘଟଣା ସ୍ଥଳରେ କୋଟଗଡ ଥାନା ଅଧିକାରୀ ଧୀରଜ ଲେଙ୍କା ପହଞ୍ଚି ଟ୍ରକକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପ୍ରକ୍ରିୟାକରଣ କରୁଥିବା ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।