You are currently viewing ସୁନାମି ସଚେତନତା ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ

ସୁନାମି ସଚେତନତା ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ

  • Post category:ଓଡିଶା
  • Reading time:1 mins read

ପୁରୀ-୨୪.୮.୨୦୨୧, ସୁନାମି ସଂକ୍ରାନ୍ତୀୟ ତିନି ଦିନିଆ ସଚେତନତା କାର୍ଯ୍ୟକ୍ରମ ଆଜିଠାରୁ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି । ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଜିଲ୍ଲାର ୬ଟି ବ୍ଲକର ୮୮ଟି ଗ୍ରାମ ସୁନାମି ପ୍ରବଣ ରହିଛି ।

ସୁନାମିକୁ ସଫଳତାର ସହ ସମ୍ମୁଖୀନ ହେବା ନିମନ୍ତେ ଭିତ୍ତିଭୂମି ଓ ଦକ୍ଷତା ବୃଦ୍ଧି ପାଇଁ ଓଡିଶା ରାଜ୍ୟ ବିପର୍ଯ୍ଯୟ ଓ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମ୍ଏ) ପକ୍ଷରୁ ଭାରତ ମହାସାଗର ସୁନାମି ପ୍ରସ୍ତୁତ କାର୍ଯ୍ୟକ୍ରମ ( ଇଣ୍ଡିଆନ ଓସେନ ସୁନାମି ରେଡି ପ୍ରୋଗ୍ରାମ) ଆରମ୍ଭ କରାଯାଇଛି । ଆଜି କୃଷ୍ଣପ୍ରସାଦ, ଆସନ୍ତାକାଲି ଗୋପ ଓ ଅସ୍ତରଙ୍ଗ ଏବଂ ଆସନ୍ତା ୨୬ ତାରିଖରେ ପୁରୀସଦର, ବ୍ରହ୍ମଗିରି ଓ କାକଟପୁର ବ୍ଲକର ସୁନାମି ପ୍ରବଣ ଗ୍ରାମର ଶିକ୍ଷକ ମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯିବ ।

ସଂପୃକ୍ତ ଶିକ୍ଷକ ମାନେ ସେମାନଙ୍କ ସହକର୍ମୀ ଶିକ୍ଷକ ଓ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ତାଲିମ ପ୍ରଦାନ କରିବେ । ଓସଡମା ପକ୍ଷରୁ ମାଷ୍ଟର ଟ୍ରେନର ସିଭିଲ ଡିଫେନ୍ସ୍ ଶ୍ରୀ ଅମୂଲ୍ୟ ପ୍ରସାଦ, ଓଡ୍ରାଫର ଶ୍ରୀ ସଞ୍ଜୟ କୁମାର ନାୟକ ଏହି ତାଲିମ ପ୍ରଦାନ କରୁଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର, ଓସଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।