You are currently viewing କୂଅରେ ଖସି ଦୁଇ ଭାଇ ମୃତ

କୂଅରେ ଖସି ଦୁଇ ଭାଇ ମୃତ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ) ୦୯.୧୧.୨୦୨୧, କୂଅରେ ଖସି ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଲକ୍ଷ୍ମୀଟକିଜ ଅଞ୍ଚଳରେ । ମୃତକ ଦୁଇ ଭାଇ ସାହୁ କଲୋନୀର ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଲକ୍ଷ୍ମୀଟକିଜ ସ୍ଥିକ ୩୦ ଫୁଟ ଗଭୀର ଏକ କୂଅରେ ଦୁଇ ଭାଇ ଖସିପଡିଥିଲେ ।କୂଅ ଉପରେ ବସିଥିବା ବେଳେ ଅନ୍ୟମନସ୍କ ହୋଇ ଉଭୟ କୂଅ ଭିତରେ ଖସିପଡିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।