You are currently viewing କଲେଜ ଆଗରୁ ଦୁଇ ଜଣ ଛାତ୍ରୀଙ୍କୁ ଅପହରଣ

କଲେଜ ଆଗରୁ ଦୁଇ ଜଣ ଛାତ୍ରୀଙ୍କୁ ଅପହରଣ

ନୟାଗଡ଼(ଏଏନଏସ) ୦୧.୧୨.୨୦୨୧,  ଦୁଇ ଜଣ କଲେଜ ଛାତ୍ରୀଙ୍କୁ ଅପହରଣ । କଲେଜ୍ ଆଗରୁ କିଡନାପ୍‌ କଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ସାମ୍ନାରେ । ଏହି ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର ଓ ଅପହରଣକାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଗଣିଆ-ଦଶପଲ୍ଲା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।
ସୂଚନା ଅନୁସାରେ, ଗଣିଆ ଥାନା କୁମ୍ଭୀରଖଣି ଗ୍ରାମର ଜନୈକା ଛାତ୍ରୀ ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟରେ ଯୁକ୍ତ ତିନି କଳା ବିଭାଗର ପଢନ୍ତି । ସବୁଦିନ ଭଳି ଆଜି ସେ ତାଙ୍କ ସାଙ୍ଗଙ୍କ ସହ ସାଇକେଲ ଯୋଗେ କଲେଜକୁ ଆସୁଥିବା ବେଳେ ଏକ କାରରେ କିଛି ଯୁବକ ଆସି କଲେଜ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ କରି ନେଇଛନ୍ତି । ପରେ କଲେଜର ଛାତ୍ର ମାନେ ଦଶପଲ୍ଲା ଗଣିଆ ମୁଖ୍ୟ ରାସ୍ତା ଉପରେ ଅବରୋଧ କରି ଆନ୍ଦୋଳନ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ଖୋଜାଖୋଜି ଆରମ୍ଭ କରିଛି ।


ଅନ୍ୟମାନଙ୍କୁ ଜଣାନ୍ତୁ।