You are currently viewing ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ

  • Post category:ଓଡିଶା
  • Reading time:1 mins read

କଟକ, ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।ଏଭଳି ଏକ ଦୁର୍ଘଟଣା ଘଟିଛି ସିଡିଏ ସେକ୍ଟର ୧୦ରେ ।
ସୂଚନାଯୋଗ୍ୟ ଯେ, ସିଡିଏ ସେକ୍ଟର ୧୦ରେ ସ୍ୱେରେଜ କାମ ପାଇଁ ତିନିଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଜଣକପରେ ଜଣେ ଶ୍ରମିକ ଭିତରେ ଫସି ରହିଥିଲେ । ଶ୍ରମିକମାନେ ନବାହାରିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରି ଏସସିବି ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟଜଣଙ୍କ ଚିକିତ୍ସା ଏବେ ବି ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।