You are currently viewing ଜଗା ଦର୍ଶନ ପାଇଁ ଯିବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଜଗା ଦର୍ଶନ ପାଇଁ ଯିବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୨୨.୧୨.୨୦୨୧, ପୁରୀ ମାଳତୀପାଟପୁର ବ୍ରିଜରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଜଗା ଦର୍ଶନ କରିବା ପାଇଁ ଯିବା ବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଘର ପୁରୀ ଜିଲ୍ଲା ପିପିଲିରେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ତିନିଜଣ ସାଙ୍ଗ ଗୋଟିଏ ବାଇକ୍‌ରେ ଜଗା ଦର୍ଶନ କରିବା ପାଇଁ ପୁରୀ ଅଭିମୁଖେ ବାହାରିଥିଲେ। ପୁରୀ ମାଳତୀପାଟପୁର ବିଜ୍ର ନିକଟରେ ଏକ ଟ୍ରକ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।