You are currently viewing ପଞ୍ଚାୟତ ନିର୍ବାଚନରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ

ପଞ୍ଚାୟତ ନିର୍ବାଚନରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ

ଯାଜପୁର(ଏଏନଏସ)୦୮.୦୨.୨୦୨୨, ସାଧାରଣ ପଞ୍ଚାୟତ ନିର୍ବାଚନ ୨୦୨୨ର ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଦୁଇଜଣ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଏନେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୁଚନା ଦେଇଛନ୍ତି । ଦୁଇ ଶିକ୍ଷକ ହେଲେ ଯାଜପୁର ବରୀ ବ୍ଲକ ଗମୁ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୁମର ଚନ୍ଦ୍ର ଶୁକ୍ଳା ଓ ସେରପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନକୁଳ ଚନ୍ଦ୍ର ରାଉତ । ପୁର୍ବରୁ ଏହି ଦୁଇ ଜଣ ଶିକ୍ଷକଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଥିଲା । ତେବେ ତଦନ୍ତ ପରେ ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଜିଲ୍ଲାପାଳ ।

ଅନ୍ୟମାନଙ୍କୁ ଜଣାନ୍ତୁ।